Tuesday 31 March 2015

ନାୟକ-ଖଳନାୟକ

କାୟା କୁସୁମର କଦମ୍ବବନରେ ଏମିତି ବସିଛି ଯୋଖି !!

କେତେଯେ ଫଗୁଣ ବିତିଯେ ଗଲାଣି

ଶ୍ରାବଣ  ଯାହା ରହିଛି ବାକି !

ତନୁ-ମନ ଯାର ପୁଲକ ପ୍ରୟାସେ କରୁଛନ୍ତି ଅଭିସାର ,

ଗଲା ଶ୍ରାବଣରେ ଧୋଈଦେଈଥିଲି ଲାଜୁଆ ପଲକ ତାର .

ଜିଉଁଥିଲି ମୁଁ ଶସ୍ତା ନିଶାରେ  ନିଈତି ଜୀବନକୁ ଜଳେଈ !

ସାଉଁଟିଛି କେତେ କାଗଜ ଫୁଲକୁ ଗୋଲାପର କାୟା ଦେଈ .

ବୁଝିକି ଅବୁଝା ଏ ପ୍ରାପ୍ତ ବୟସେ, ଯାହା ଅପ୍ରାପ୍ତେ ନଥିଲିଯାଣି,

ଖଳନାୟକ ମୁଁ ନିଜ 

ନାୟକ-ବିନା ଏ କାହାଣୀ !!!

2 comments: