Wednesday 2 September 2015

Mrutu(ମୃତୁ)

ସଠି ଘରର ଏନ୍ତୁଡି ନିଆଁଠାରୁ ....
ମଶାଣିନିଆଁ ପର୍ଯ୍ୟନ୍ତ .
କିଛି ପାଈବାର ଆଶା
ଆଉ କିଛି ହରାଇବାର ଭୟ !!

ମାନସ ପଟରେ
ଉକିଂମାରେ
କିଛି ସ୍ମୃତି    କିଛି ବିସ୍ମୃତି   
ଭଲପାଈବାର... ପ୍ରତାରଣାର...
ତଥାପି !!
ଲୋଭି ମଣିଷ ଜୀଈଁବାକୂ ଭଲପାଏ

ଅନ୍ତିମ ନିସ୍ୱାଶ  ପର୍ଯ୍ୟନ୍ତ .

Tuesday 31 March 2015

ନାୟକ-ଖଳନାୟକ

କାୟା କୁସୁମର କଦମ୍ବବନରେ ଏମିତି ବସିଛି ଯୋଖି !!

କେତେଯେ ଫଗୁଣ ବିତିଯେ ଗଲାଣି

ଶ୍ରାବଣ  ଯାହା ରହିଛି ବାକି !

ତନୁ-ମନ ଯାର ପୁଲକ ପ୍ରୟାସେ କରୁଛନ୍ତି ଅଭିସାର ,

ଗଲା ଶ୍ରାବଣରେ ଧୋଈଦେଈଥିଲି ଲାଜୁଆ ପଲକ ତାର .

ଜିଉଁଥିଲି ମୁଁ ଶସ୍ତା ନିଶାରେ  ନିଈତି ଜୀବନକୁ ଜଳେଈ !

ସାଉଁଟିଛି କେତେ କାଗଜ ଫୁଲକୁ ଗୋଲାପର କାୟା ଦେଈ .

ବୁଝିକି ଅବୁଝା ଏ ପ୍ରାପ୍ତ ବୟସେ, ଯାହା ଅପ୍ରାପ୍ତେ ନଥିଲିଯାଣି,

ଖଳନାୟକ ମୁଁ ନିଜ 

ନାୟକ-ବିନା ଏ କାହାଣୀ !!!

Friday 13 February 2015

ଅଦିନିଆ ବର୍ଷା

କହୁଥିଲ ଯେତେ ବର୍ଷା ଆସୁ ମୋର କିଛି ଯାଏ-ଆସେ ନାହିଁ
ଏବେ ଦେଖ !!
କେମିତି ଅଦିନିଆ ବର୍ଷା ଆସିଲାଯେ ସାଥିରେ ଆଣିଥିଲା ଧଳା କାଗଜ ପରି ତୋଫା-ତୋଫା ମେଘଖଣ୍ଡହୃଦୟ ଥିଲା ତାର ଫର-ଫର ଉଡୁଥିଲା ପତକା ପରି ନିହାତି ଶୁଖିଲା.

ଏବେ କିନ୍ତୁ ବର୍ଷାର କେତେ ବିନ୍ଦୁ ଟପ୍-ଟପ୍ ଝରିଗଲା 
ତମ ଓଠ ପରି ସଲଗ୍ନ ନଈର ଧାରରେ.
ଏବେ ଆଉଥରେ

କେମିତି ଲହଡି ଉଠିଛି ନଈରେ ବନ୍ୟା ପ୍ରକୋପରେ ...
ତମେ ସେପଟ କୁଳରେ ,ମୁ ଏପଟ ଘାଟରେ !!