Friday 13 February 2015

ଅଦିନିଆ ବର୍ଷା

କହୁଥିଲ ଯେତେ ବର୍ଷା ଆସୁ ମୋର କିଛି ଯାଏ-ଆସେ ନାହିଁ
ଏବେ ଦେଖ !!
କେମିତି ଅଦିନିଆ ବର୍ଷା ଆସିଲାଯେ ସାଥିରେ ଆଣିଥିଲା ଧଳା କାଗଜ ପରି ତୋଫା-ତୋଫା ମେଘଖଣ୍ଡହୃଦୟ ଥିଲା ତାର ଫର-ଫର ଉଡୁଥିଲା ପତକା ପରି ନିହାତି ଶୁଖିଲା.

ଏବେ କିନ୍ତୁ ବର୍ଷାର କେତେ ବିନ୍ଦୁ ଟପ୍-ଟପ୍ ଝରିଗଲା 
ତମ ଓଠ ପରି ସଲଗ୍ନ ନଈର ଧାରରେ.
ଏବେ ଆଉଥରେ

କେମିତି ଲହଡି ଉଠିଛି ନଈରେ ବନ୍ୟା ପ୍ରକୋପରେ ...
ତମେ ସେପଟ କୁଳରେ ,ମୁ ଏପଟ ଘାଟରେ !!