କାୟା
କୁସୁମର କଦମ୍ବବନରେ ଏମିତି ବସିଛି ଯୋଖି !!
କେତେଯେ ଫଗୁଣ ବିତିଯେ ଗଲାଣି
ଶ୍ରାବଣ ଯାହା ରହିଛି ବାକି !
ତନୁ-ମନ
ଯାର ପୁଲକ ପ୍ରୟାସେ କରୁଛନ୍ତି ଅଭିସାର ,
ଗଲା
ଶ୍ରାବଣରେ ଧୋଈଦେଈଥିଲି ଲାଜୁଆ ପଲକ ତାର .
ଜିଉଁଥିଲି
ମୁଁ ଶସ୍ତା ନିଶାରେ ନିଈତି ଜୀବନକୁ ଜଳେଈ !
ସାଉଁଟିଛି
କେତେ କାଗଜ ଫୁଲକୁ ଗୋଲାପର କାୟା ଦେଈ .
ବୁଝିକି
ଅବୁଝା ଏ ପ୍ରାପ୍ତ ବୟସେ, ଯାହା ଅପ୍ରାପ୍ତେ ନଥିଲିଯାଣି,
ଖଳନାୟକ
ମୁଁ ନିଜ
ନାୟକ-ବିନା
ଏ କାହାଣୀ !!!