Odia Kabita
..AMA ODISHA..
Wednesday, 2 September 2015
Tuesday, 31 March 2015
ନାୟକ-ଖଳନାୟକ
କାୟା
କୁସୁମର କଦମ୍ବବନରେ ଏମିତି ବସିଛି ଯୋଖି !!
କେତେଯେ ଫଗୁଣ ବିତିଯେ ଗଲାଣି
ଶ୍ରାବଣ ଯାହା ରହିଛି ବାକି !
ତନୁ-ମନ
ଯାର ପୁଲକ ପ୍ରୟାସେ କରୁଛନ୍ତି ଅଭିସାର ,
ଗଲା
ଶ୍ରାବଣରେ ଧୋଈଦେଈଥିଲି ଲାଜୁଆ ପଲକ ତାର .
ଜିଉଁଥିଲି
ମୁଁ ଶସ୍ତା ନିଶାରେ ନିଈତି ଜୀବନକୁ ଜଳେଈ !
ସାଉଁଟିଛି
କେତେ କାଗଜ ଫୁଲକୁ ଗୋଲାପର କାୟା ଦେଈ .
ବୁଝିକି
ଅବୁଝା ଏ ପ୍ରାପ୍ତ ବୟସେ, ଯାହା ଅପ୍ରାପ୍ତେ ନଥିଲିଯାଣି,
ଖଳନାୟକ
ମୁଁ ନିଜ
ନାୟକ-ବିନା
ଏ କାହାଣୀ !!!
Friday, 13 February 2015
ଅଦିନିଆ ବର୍ଷା
କହୁଥିଲ ଯେତେ ବର୍ଷା ଆସୁ ମୋର କିଛି ଯାଏ-ଆସେ ନାହିଁ
ଏବେ ଦେଖ !!
କେମିତି ଏ ଅଦିନିଆ ବର୍ଷା ଆସିଲାଯେ ସାଥିରେ ଆଣିଥିଲା ଧଳା କାଗଜ ପରି ତୋଫା-ତୋଫା ମେଘଖଣ୍ଡହୃଦୟ ଥିଲା ତାର ଫର-ଫର ଉଡୁଥିଲା ପତକା ପରି ନିହାତି ଶୁଖିଲା.
ଏବେ କିନ୍ତୁ ବର୍ଷାର କେତେ ବିନ୍ଦୁ ଟପ୍-ଟପ୍ ଝରିଗଲା
ତମ ଓଠ ପରି ସଲଗ୍ନ ନଈର ଧାରରେ.
ଏବେ ଆଉଥରେ
କେମିତି ଲହଡି ଉଠିଛି ନଈରେ ବନ୍ୟା ପ୍ରକୋପରେ ...
ତମେ ସେପଟ କୁଳରେ ,ମୁ ଏପଟ ଘାଟରେ !!
Wednesday, 13 February 2013
Wednesday, 24 October 2012
Monday, 26 March 2012
Subscribe to:
Posts (Atom)